ରାଉରକେଲା : ବସ୍ତିରୁ ବାହାରି ନିଜକୁ ଜଣେ ଜାତୀୟ ସ୍ତରୀୟ ଖେଳାଳି ଭାବେ ପରିଚିତ କରିବା ଏତେ ସହଜ ନଥିଲା। ତଥାପି, ନିଜର ନିଷ୍ଠାପର ଉଦ୍ୟମ ଏବଂ ନିରବଚ୍ଛିନ୍ନ ସଂଘର୍ଷ ବଳରେ ସେ ଏହି ଅସମ୍ଭବକୁ ସମ୍ଭବ କରିପାରିଛନ୍ତି। ସେ ହେଉଛନ୍ତି, ସେ ହେଉଛନ୍ତି ରାଉରକେଲା ବାଲୁଘାଟ ବସ୍ତିର ନାରାୟଣ ମୁଣ୍ଡା, ଯିଏକି ଜାତୀୟ ୱିଣ୍ଡ୍‌ସର୍ଫର୍‌ ଭାବେ ବେଶ୍‌ ସୁନାମ ଅର୍ଜନ କରିସାରିଛନ୍ତି।

ନାରାୟଣଙ୍କ ପରିବାର କହିଲେ ବାପା ସ୍ବର୍ଗତ ଅର୍ଜୁନ ମୁଣ୍ଡା, ମା’ ପାର୍ବତୀ ଦେବୀ ଓ ୫ ବଡ଼ ଭଉଣୀ। ବଡ଼ ଭଉଣୀମାନଙ୍କ ମଧ୍ୟରୁ ୪ ଜଣ ବିବାହ କରିସାରିଛନ୍ତି। ବାପା ଜଣେ ୱେଲଡର୍‌ଭାବେ କାମ କରୁଥିଲେ। ସ୍ବଳ୍ପ ଆୟରେ ନିଜର ୪ ଝିଅଙ୍କୁ ବିବାହ କରାଇଥିଲେ। ନାରାୟଣଙ୍କ ମା’ ମଧ୍ୟ ଦିନ ମଜୁରିଆ ସାଜି ପରିବାର ଭରଣପୋଷଣରେ ସହଯୋଗ କରୁଥିଲେ। ନାରାୟଣ ଯେତେବେଳେ ସ୍ଥାନୀୟ ପ୍ରାଥମିକ ସ୍କୁଲ‌ରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ; ସେତେବେଳେ ବାପାଙ୍କ ଦେହାନ୍ତ ହୋଇଥିଲା। ଫଳରେ, ଆୟ ଠପ୍‌ ହୋଇଯିବାରୁ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିଲା। ଯେନତେନ ପ୍ରକାରେଣ ଦିନମଜୁରି କରି ପରିବାର ପୋଷିଥିଲେ।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!