ନୂ୍ଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ଶିବସେନା ଗୋଷ୍ଠୀ ନିକଟରେ ଶିବସେନାର ସମସ୍ତ ଦଳୀୟ ସମ୍ପତ୍ତି ଅଛି। ତେବେ ଏହି ସମସ୍ତ ସେନା ସମ୍ପତ୍ତିକୁ ଶିବସେନା-ୟୁବିଟିରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନାକୁ ହସ୍ତାନ୍ତର କରିବାପାଇଁ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। କିନ୍ତୁ କୋର୍ଟ ଏହି ଆବେଦନ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପିଏସ୍‌ ନରସିଂହଙ୍କ ଖଣ୍ଡପୀଠ ଆବେଦନକାରୀ ଆଶୀଷ ଗିରିଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ ଆବେଦନକାରୀଙ୍କୁ କହିଛନ୍ତି, ଆପଣ କିଏ ଏବଂ ଆପଣ କ’ଣ କହିବାକୁ ଚାହାନ୍ତି। ଏହା କି ପ୍ରକାରର ଆବେଦନ। ଆପଣଙ୍କ ଆବେଦନର ଶୁଣାଣି କରିହେବନି। ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ସିନ୍ଦେ ଏବଂ ଠାକ୍‌ରେ ଗୋଷ୍ଠୀର ବିଭିନ୍ନ ଆବେଦନର ଶୁଣାଣି କରି ଗତ ମାର୍ଚ୍ଚ ୧୬ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!