ପାଲଲହଡା ଖମାରରେ ୧୧ ତମ ଚନ୍ଦନ ଯାତ୍ରା ମହୋତ୍ସବ ମହା ଧୁମଧାମରେ ପାଳିତ ହେଉଛି। ଏହି ଅବସରରେ ଜଗନ୍ନାଥ ମନ୍ଦିରରୁ ମଦନମୋହନ ଙ୍କୁ ଚନ୍ଦନ ଲଗାଇ ନିକଟସ୍ଥ ପୁଷ୍କରିଣୀ ରେ ଚାପ ଖେଳାଯାଇଛି। ଆଖପାଖର ଲୋକମାନେ ଆସି ନିଜର ଘରକରଣା ଜିନିଷପତ୍ର କିଣିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଜା ନେଉଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ଚନ୍ଦନ ଯାତ୍ରା ମହୋତ୍ସବ ରେ ଉପସ୍ଥିତ ରହି ଠାକୁରଙ୍କ ନିକଟରେ ଜଗତ କଲ୍ୟାଣ ଉଦେଶ୍ୟରେ ପୂଜାର୍ଚ୍ଚନା କରିଛନ୍ତି। ଆସନ୍ତା ୮ ତାରିଖରେ ଖମାର ଯାତ୍ରା ମହୋତ୍ସବ କୁ ଆସୁଛନ୍ତି ଓଡିଆ ଷ୍ଟାର ସିଙ୍ଗର ମଣ୍ଟୁ ଛୁରିଆ।
