ଅନୁଗୋଳ କୁଇଓ ଅଞ୍ଚଳରେ ଅଭାବନୀୟ ଘଟଣା। ନାବାଳିକା ର ତଣ୍ଟି କାଟି ହତ୍ୟା କଲା ଯୁବକ। ଘରେ ପଶି ହତ୍ୟା କରିଛି ଯୁବକ। ଯୁବକ ଜଣଙ୍କ ନାବାଳିକା କୁ ଏକ ତରଫା ପ୍ରେମ କରୁଥିବା ସୂଚନା। ଯେତେବେଳେ ଝିଅର ମା ଘରେ ରୋଷେଇ କରୁଥିଲେ, ଏହାର ସୁଯୋଗ ନେଇ ଘରେ ପଶି ନାବାଳିକା ର ତଣ୍ଟି କାଟିଲା ଯୁବକ। ଚିତ୍କାର ଶୁଣି ଝିଅର ମାଆ ଘରେ ଆସି ଦେଖିଲା ବେଳକୁ ଦୁର୍ବୁତ୍ତ ଫେରାର ହୋଇଯାଇଛି। ଝିଅକୁ ଘରଲୋକ ତୁରନ୍ତ ଅନୁଗୋଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ଯୁବକ ଜଣକ ବଡ଼ଗୁଣ୍ଡୁରୀ ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତ ରୁ ଜଣାପଡିଛି। ଅନୁଗୋଳ ସଦର ପୋଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରୁଛି।
