କମ୍ପୁଛି ଝାରସୁଗୁଡା,ଚାଲିଛି ହାଇ ଭୋଲଟେଜ ପ୍ରଚାର। ଝାରସୁଗୁଡା ଉପ ନିର୍ବାଚନ ଲାଗି ମୈଦାନ ରେ ତିନି ପ୍ରମୁଖ ଦଳ ବିଜେଡି,ବିଜେପି ଏବଂ କଂଗ୍ରେସର ହେବିୱଟ ନେତା ଙ୍କ ମାରାଥନ ପ୍ରଚାର ସହ ରୋଡ଼ ସୋ ମଧ୍ୟ ଚାଲିଛି। ବିଜେଡି ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର କରିଥିବା ବେଳେ ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଛନ୍ତି। ତେବେ ଆଗାମି ମେ ୧୦ ରେ ୨୨୭ ଟି ବୁଥରେ ଭୋଟଦାନ ଗ୍ରହଣ କରାଯିବ,ଏଥିମଧ୍ୟରେ ୨୬ ଟି ପିଙ୍କ ବୁଥ ରହିଛି। ତେବେ ଆଗାମୀ ମେ ୧୩ ତାରିଖରେ ଭୋଟ ଗଣତି କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି।
