ସ୍ଥାୟୀ ନିଯୁକ୍ତି ଓ କ୍ଷତିପୂରଣ ଦାବିରେ ତାଳଚେର ବଡଯୋରଡ଼ା ଗ୍ରାମବାସୀ ରେଳରୋକ କରିଛନ୍ତି। ଫଳରେ ନାଲକୋ କୁ କୋଇଲା ପରିବହନ ବାଧାପ୍ରାପ୍ତ ହୋଇଛି। ବଡଯୋରଡ଼ା ଗ୍ରାମର ୩୦ ଜଣ ଠିକା କର୍ମଚାରୀ ଏକ ଠିକା ସଂସ୍ଥାରେ କାମ କରୁଥିଲେ। କିନ୍ତୁ ସେମାନଙ୍କୁ ଠିକା ସଂସ୍ଥା ଛଟେଇ କରିଥିବାରୁ ପୁନଃ ନିଯୁକ୍ତି ପାଇଁ ଦାବି ରଖିଛନ୍ତି ଗ୍ରାମବାସୀ। ଫଳରେ ରେଳରୋକ କରି ଆନ୍ଦୋଳନ କୁ ଓହ୍ଲାଇ ଛନ୍ତି। ଯାହା ଫଳରେ ଟ୍ରେନ ଲାଇନ ରେ କୋଇଲା ବୋଝେଇ ଟ୍ରେନ ଅଟକି ରହିଛି।
