ଅନୁଗୋଳ ଜିଲ୍ଲାର ବନ୍ତଳା ଆଖପାଖ ଅଞ୍ଚଳରେ ଦିନଙ୍କୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ପାଖାପାଖି ବିଗତ ୬ ମାସ ମଧ୍ୟରେ ୧୦ରୁ ଅଧିକା ମଣିଷ ଜୀବନ ନେଇ ସାରିଲେଣି ବଣୁଆ ହାତୀ। ପାଖାପାଖି ୫୧ ଟି ହାତୀ ସେହି ଅଞ୍ଚଳରେ ବୁଲୁଥିବା ବେଳେ ଅନେକ ଫସଲ ମଧ୍ୟ ନଷ୍ଟ କରିଛନ୍ତି ହାତୀପଲ। ହାତୀ ଦାଉରୁ ଧନ ଜୀବନ ରକ୍ଷା ପାଇଁ ଖିଣ୍ଡା,ନନ୍ଦପୁର,ବେନ୍ତପୁର, କାଙ୍ଗୁଲା,ଛେଳିଆପଡା ଏବଂ ଗଡ଼ତରାସ ପଞ୍ଚାୟତ ଗ୍ରାମବାସୀ ୬ଦଫା ସମ୍ବଳିତ ଦାବିପତ୍ର ଅନୁଗୋଳ ଜିଲ୍ଲାପାଳ ଙ୍କୁ ଦେଇଛନ୍ତି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।
