ତାଳଚେର ଜେ.ସି.ଆଇ ପକ୍ଷରୁ ସପ୍ତାହ ବ୍ୟାପି ଜିଲ୍ଲା ସ୍ତରୀୟ ରୋଲର ସ୍କେଟିଂ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି।
ଏହି ଶିବିରରେ ମୋଟ ୭୦ ଜଣ ପ୍ରଶିକ୍ଷଣ ନେଇଥିଲେ। ମହାରାଷ୍ଟ୍ର ନାଗପୁରରୁ ଆସିଥିବା ଖ୍ୟାତିସମ୍ପନ୍ନ ସ୍କେଟିଂ ପ୍ରଶିକ୍ଷକ ଜେସି ରବୀନ୍ଦ୍ର ମିଶାଲ ତାଲିମ ପ୍ରଦାନ କରିଥିଲେ।
ଏହି ଅଵସରରେ କାଳୀମନ୍ଦିର ଠାରୁ ମଙ୍ଗଳାମନ୍ଦିର ପର୍ଯ୍ୟନ୍ତ ରୋଲର ସ୍କେଟିଂ ର ବିଭିନ୍ନ କଳା କୌଶଳ ପ୍ରଶିକ୍ଷଣ ନେଇଥିବା ଛାତ୍ରଛାତ୍ରୀ ନିଜର ସ୍କେଟିଂ କଳା ପ୍ରଦର୍ଶନ କରିଥିଲେ। ଶେଷରେ ସ୍କେଟିଂ ରେ ପାରଦର୍ଶିତା ଦେଖାଇଥିବା ସ୍କେଟର ଙ୍କୁ ମାନପତ୍ର ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଜେସିଆଇ ପରିବାର ସପୂର୍ଣ୍ଣ ସହଯୋଗ କରିଥିଲ।
