ଦୁଃଖ ବୁଝିଲେନି, ଜେସିବି ଲଗାଇ ଭାଙ୍ଗିଦେଲେ। ଯେତେ ନେହୁରା ହେଲେ ମଧ୍ୟ କେହି ଶୁଣିଲେ ନାହିଁ। ଗରିବ ଲୋକ, ପେଟପାଟଣା ପାଇଁ ଖୁଚୁରା ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଇବାର କଥା। ସାବିତ୍ରୀ ପାଇଁ ଦି ପଇସା ହେବ ବୋଲି ଭାବିଥିଲେ। କିନ୍ତୁ ତାଳଚେର ମୁନ୍ସୀପାଲଟି ଜେସିବି ଲଗାଇ ତାଳଚେର ଉପଜିଲ୍ଲାପାଳ ଙ୍କ ଅଫିସ ପାଖରେ ଥିବା କିଛି ଦୋକାନଙ୍କୁ ଜେସିବି ଲଗାଇ ଭାଙ୍ଗି ଦେଇଛି। ଆଗକୁ ଏହାର ପ୍ରତିବାଦ କରାଯିବ ବୋଲି ନିଷ୍ପତି ନେଇଛି ବ୍ୟବସାୟୀ ସଂଘ।
