ତାଳଚେର ଥର୍ମାଲ DAV ପବ୍ଲିକ ସ୍କୁଲ ପରିସରରେ ବାଳିକା ସଶକ୍ତିକରଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି। NTPC ର କ୍ଷେତ୍ରିୟ କାର୍ଯ୍ୟକାରୀ ନିର୍ଦେଶକ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଛନ୍ତି। ସମାଜରେ ବାଳିକା ମାନଙ୍କର କିଭଳି ଉନ୍ନତି ହୋଇପାରିବ ସେ ବିଷୟରେ ବକ୍ତା ମାନେ ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମ ରେ ତାଳଚେର ଥର୍ମାଲ ର ପାରିପାର୍ଶ୍ବିକ ୮ଟି ବିଦ୍ୟାଳୟ ର ବାଳିକା ଯୋଗ ଦେଇଥିଲେ। ଶେଷରେ ବାଳିକା ମାନଙ୍କରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପସ୍ଥିତ ବଦର୍ଶକଙ୍କ ବେଶ ମନ ମୋହିଥିଲା। ଏହି କାର୍ଯ୍ୟକ୍ରମ ଆସନ୍ତା ଜୁନ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!