ଆଜି ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ କଳାହାଣ୍ଡି ଗସ୍ତ କରି ରାଜ୍ୟ ସରକାର ଙ୍କ ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି। ତତ୍ ସହିତ ମିଶନ ଶକ୍ତି ମହିଳା ଏବଂ କଳାହାଣ୍ଡି ବାସୀଙ୍କ ସହ କିଭଳି ସରକାର ଏବଂ ଜନ ସାଧାରଣ ମିଳିତ ସହଯୋଗରେ ରାଜ୍ୟର ବିକାଶ ହୋଇପାରିବ ସେ ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି। ସାବିତ୍ରୀ ବ୍ରତ ସାରି ବହୁ ମାତ୍ରାରେ ମିଶନ ଶକ୍ତି ମହିଳାଙ୍କ ସମାଗମ ଦେଖିବାକୁ ମିଳିଥିଲା। ବିଶେଷ କରି କଳାହାଣ୍ଡି ବେଳଖଣ୍ଡି ଶିବ ମନ୍ଦିରର ଉନ୍ନତି ସାଙ୍ଗକୁ ସାଦୁଲ ଜଳ ସେଚନ ପ୍ରକଳ୍ପର ଅଗ୍ରଗତି ବିଷୟରେ ଆଲୋଚନା କରିଛନ୍ତି। ତତ୍ ସହିତ ଜୁନାଗଡ଼ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଏବଂ ଭବାନୀପାଟଣା ସରକାରୀ ମେଡ଼ିକାଲ କଲେଜ ପରିଦର୍ଶନ କରିଛନ୍ତି।
