ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟସ୍ଥ ଗଣେଶ ବଜାର ଏକ ବ୍ଯାଙ୍କ ନିକଟରେ ଥିବା ହୋଟେଲ ଏବଂ ଏକ କୁକୁଡା ଦୋକାନ ଉପରେ ଅଶ୍ଵସ୍ତ ଗଛର ଏକ ବଡ଼ ଡାଳ ମାଡି ବସିଥିଲା। ଏଥିରେ ହୋଟେଲ ସମ୍ମୁଖରେ ଥିବା ଜଣେ ପଥଚାରୀ ଗୁରୁତର ଆହତ ହୋଇଥିବା ବେଳେ ହୋଟେଲ ଭିତରେ ଥିବା ମାଲିକ ସମେତ ୩ ଜଣ ବ୍ୟକ୍ତି ଆହତ ହୋଇ ଥିବା ସୂଚନା ମିଳିଛି। ଗୁରୁତରଙ୍କୁ ପ୍ରଥମେ ସ୍ଥାନୀୟ ବଅଁରପାଳ ଚିକିତ୍ସାଳୟକୁ ପଠା ଯାଇଥିବା ବେଳେ ସେଠାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ୫୫ ନମ୍ବର ଜାତୀୟ ରାଜପଥର ପାର୍ଶ୍ଵରେ ଥିବା ପୁରାତନ ବୃକ୍ଷର ସଠିକ ରକ୍ଷଣାବେକ୍ଷଣ ହେଉନଥିବାରୁ ଏହିପରି ଦୂର୍ଘଟଣା ବାରମ୍ବାର ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!