ବାହାରିଲା ଓରମାସ ଦ୍ବାରା ପ୍ରସ୍ତୁତ “ଗାଁ ଆମ୍ବ ପସରା” ଗାଡି। ୩ ଟି ଗାଡ଼ିରେ ବିଭିନ୍ନ କିସମର ସ୍ବାଦିଷ୍ଟ ଆମ୍ବ ଅନୁଗୋଳ, ଜିନ୍ଦଲ ଏବଂ ତାଳଚେର ଅଞ୍ଚଳରେ ବୁଲିବୁଲି ସୁଲଭ ମୂଲ୍ୟରେ ଆମ୍ବ ବିକ୍ରୟ କରିବ। ଆଜି ଆନୁଷ୍ଠାନିକ ଭାବେ ଅନୁଗୋଳ ଜିଲ୍ଲାପାଳ ଏହି ଗାଁ ଆମ୍ବ ପସରା ଗାଡି ଗୁଡିକର ଶୁଭ ଉଦଘାଟନ କରିଛନ୍ତି। ଏହା ଦ୍ବାରା ଆମ୍ବ ବିକ୍ରେତା ଲାଭବାନ ହୋଇ ପାରିବେ ବୋଲି ଆଶା ରଖିଛି ପ୍ରଶାସନ। ଏହି ଗାଡି ଗୁଡିକ ଜୁନ ୧ ତାରିଖ ପର୍ଯ୍ୟନ୍ତ ଅନୁଗୋଳ ର ବିଭିନ୍ନ ସ୍ଥାନଙ୍କୁ ଯିବ ବୋଲି ସୂଚନା ମିଳିଛି।
