ତାଳଚେର ଗୁରୁଜାଙ୍ଗ ଦେଇ ଯାଇଥିବା ଦକ୍ଷିଣ କେନାଲରେ ବୁଡି ୨ ବାଳକ ମୃତ। ମୃତକ ହେଲେ ଗୁରୁଜାଙ୍ଗ ଗାଁର ସୌମ୍ୟ ପ୍ରକାଶ ପାଣି ଏବଂ ଓମ ପ୍ରକାଶ ପାଣି। ଉଭୟଙ୍କର ବୟସ ସେହି ୧୪ ବର୍ଷ ଭିତରେ ହେବ। ଏମାନେ ସମ୍ପର୍କୀୟ ଦୁଇ ଭାଇ। ଏମାନେ କେନାଲକୁ ଗାଧୋଇବା ପାଇଁ ଯାଇଥିବା ବେଳେ ପାଣି ଭିତରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ବହୁ ଖୋଜାଖୋଜି କରିବା ପରେ ଉଭୟଙ୍କୁ ପାଣିରୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରଥିଲେ। କିନ୍ତୁ ଡାକ୍ତର ଉଭୟଙ୍କୁ ମୁତ୍ଯୁ ଘୋଷଣା କରିଛନ୍ତି। ଏହାକୁ ନେଇ ଗୁରୁଜାଙ୍ଗ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
