୧୦ ଜୁନ ଶନିବାର ଅପରାହ୍ନ ରେ ଅନୁଗୋଳ, ବଂରପାଳ, FCI, ତାଳଚେର ରେ କାଳ ବୈଶାଖୀ ର ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ବେଗରେ ଝଡ଼ ତୋଫାନ ହେବାସହ କୁଆ ପଥର ମାଡ଼ ହୋଇଛି। ପବନ ଯୋଗୁଁ ଉପୁଡି ପଡିଛି ବଡ଼ବଡ଼ ଗଛ ଏବଂ ବିଦ୍ୟୁତ ଖୁଣ୍ଟ। ତେଣୁ ଜାତୀୟ ରାଜପଥ ୫୫ ଏବଂ ତାଳଚେର ଏଫ.ସି ଆଇ ରାସ୍ତା ଜାମ ରହିଥିଲା। ଗାଡି ଚଳାଚଳ ବହୁ ସମୟ ପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇଛି। ଅନେକ ଚାଳ ଛପରେ ଆଜବେଷ୍ଟ ଘର ଉଡି ଯାଇଛି। ବଂରପାଳ ଥାନା ବିଲିଡିଂ ରେ ଗଛ ପଡିଥିଲା ମାତ୍ର ୩୦ ମିନଟ ପବନରେ ଏତେ ସବୁ କ୍ଷୟକ୍ଷତି ହୋଇଥିଲା। ଝଡ଼ ବତାସ ପରେ ଗଛପତ୍ର ସଫା କରିଛନ୍ତି ସ୍ଥାନୀୟ ଲୋକ ଏବଂ ବିଦ୍ୟୁତ ତାର ସଜାଡ଼ିବାରେ ଲାଗି ପଡିଛନ୍ତି। ତେଣୁ ବହୁ ସମୟ ହେବ ବିଦ୍ୟୁତ ସର ବରାହ ବ୍ୟାହତ ହୋଇଛି।
