ଅନୁଗୋଳ ନାଲକୋ ବିଜୁ ପଟ୍ଟନାୟକ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଦୁଇ ଦିନରେ ମୋଟ ୧୫୦ ଆଥଲେଟ ଅଂଶ ଗ୍ରହଣ କରିଥିଲେ।
ପ୍ରତିଯୋଗିତାରେ ତାଳଚେର ଉପଖଣ୍ଡ ଦଳଗତ ଚମ୍ପିୟାନ ହୋଇଥିବା ବେଳେ
ଅନୁଗୁଳ ଉପଖଣ୍ଡ ରନରସ୍ ଅପ୍ ହୋଇଥିଲା।ଅତିଥିମାନେ ବିଜେତା ଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ନାଲକୋ ସର୍ବଦା ଖେଳାଳୀ ମାନଙ୍କୁ ସହାୟତା ଯୋଗାଇ ଦେବାପାଇଁ ପ୍ରସ୍ତୁତ ବୋଲି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ନାଲକୋ ମାନବ ସମ୍ବଳ ବିଭାଗର ଡିଜିଏମ ଉତ୍ସାହିତ କରିଥିଲେ।
