ଅନୁଗୋଳ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ଏକ ସମୀକ୍ଷା ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଶେଷ ହୋଇଛି। ଆସନ୍ତା ବର୍ଷା ଋତୁରେ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସଠିକ ମୁକାବିଲା କରିବା ନେଇ ଆଲୋଚନା ହୋଇଥିଲା।କିଭଳି ଭାବରେ ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରଖି ପୂର୍ବରୁ ପ୍ରସ୍ତୁତି ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ପ୍ରାକୃତିକ ବିପର୍ଯ୍ୟୟ କୁ ତିନି ଭାଗରେ ବିଭକ୍ତ କରି ଯଥା ପୂର୍ବ ସୂଚନା, ସମ୍ବେଦନ ଶିଳ ସ୍ଥାନ ଗୁଡିକ ଚି଼ହ୍ନଟ, ଭୟାବହତାର ରୂପରେଖ ଆକଳନ କରି ଧନଜୀବନ, ଗୃହ ପାଳିତ ପଶୁ ଇତ୍ୟାଦିଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ, ସହାବସ୍ଥାନ, ଖାଦ୍ୟ, ପାନୀୟ ଓ ଔଷଧ ଇତ୍ୟାଦିର ବନ୍ଦୋବସ୍ତ ଉପରେ ଗୁରୁତ୍ୱ ଦେବାପାଇଁ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!