ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ଚଳିତ ବର୍ଷ ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ସକାଳୁ ସକାଳୁ ଦ୍ବାରଫିଟା ନୀତି ପରେ ମଙ୍ଗଳ ଆଳତୀ, ସୂର୍ଯ୍ୟପୂଜା ସରିଲା ପରେ ସକାଳ ଆଠଟା ରେ ଶ୍ରୀ ଜୀଉମାନଙ୍କର ପହଣ୍ଡି ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମଧ୍ୟାହ୍ନ ୧୨ ଟାରେ ରଥରେ ଛେରାପହଁରା କାର୍ଯ୍ୟକ୍ରମ ଅନୁଗୋଳ ଜିଲ୍ଲାପାଳ ଏବଂ ଏସ.ପି କରିବା ପାଇଁ ସ୍ଥିର ହୋଇଛି। ଅପରାହ୍ନ ୩ଟାରୁ ରଥଟଣା କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ମନ୍ଦିର ସାମ୍ନାରେ ତିନି ରଥ ପ୍ରସ୍ତୁତ ହୋଇ ରହିଛନ୍ତି।ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ସୁଭଦ୍ରାଙ୍କ ରଥକୁ ମହିଳା ଭକ୍ତ ଟାଣିବାର ବ୍ୟବସ୍ଥା ହୋଇଛି। ସନ୍ଧ୍ୟା ସୁଧା ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଲାଗିବ ବୋଲି ଆଶା ରଖିଛନ୍ତି ମନ୍ଦିର ପ୍ରଶାସନ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ କୁ ଆଖି ଆଗରେ ରଖି ବ୍ୟାପକ ପାନୀୟଜଳ ବ୍ୟବସ୍ଥା ସାଙ୍ଗକୁ ଆମ୍ବୁଲାନ୍ସ ଗୁଡିକୁ ସଜାଗ ହୋଇ ରହିବା ପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିବା ପାଇଁ ଅନୁରୋଧ ରହିଛି। ଏଥିପାଇଁ ଏକ ସ୍ଵତନ୍ତ୍ର ପ୍ରେସମିଟ ମାଧ୍ୟମରେ ଜଣାଇଛନ୍ତି ମନ୍ଦିର ପ୍ରଶାସନ।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!