ତାଳଚେର ଟାଉନ ହଲ ଠାରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଠାରେ ୯ତାରିଖ ଶୁକ୍ରବାର ସକାଳ ୯ଘଣ୍ଟା ସମୟରେ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ତଥା ଗୋପବନ୍ଧୁ ସେବା ସ୍ମୁତି କମିଟିର ସଭାପତି ଦେବୀ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ସମାରୋହରେ ଢେ଼ଙ୍କାନାଳର ପୂର୍ବତନ ସାଂସଦ ତଥା ରାଜ୍ୟ ବିଜେଡ଼ି ଏସ୍ ସି ସେଲ୍ ଅଧ୍ୟକ୍ଷ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ଏଵଂ ପଣ୍ତିତ ଗୋପବନ୍ଧୁ ଙ୍କ ନୀତି ଆଦର୍ଶ ରେ ନିଜକୁ ଗଢି ତୋଳିବା ପାଇଁ ଉଭୟ ନେତା ଶ୍ରୀ ସାହୁ ଓ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ। ଏଥି ସହିତ ଆସନ୍ତା ବର୍ଷ ପଣ୍ତିତ ଗୋପବନ୍ଧୁ ଙ୍କ ୧୫୦ ବର୍ଷ ପୂର୍ତ୍ତି ହେଉଥିବାରୁ ଏହି ଉତ୍ସବକୁ ଅଧିକ ଆଡମ୍ବର ସହକାରେ ପାଳନ କରାଯିବ ବୋଲି ପୂର୍ବତନ ସାଂସଦ ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରକ ମାଲିକ ସଂଘର ସଭାପତି ଦିଲୀପ ପାଣି, ପୂର୍ବତନ ଟ୍ରକ ମାଲିକ ସଂଘ ସଭାପତି ଟୁକୁନା ସ୍ୱାଇଁ, କାଉନସିଲର ଯୋଷବନ୍ତ ମିଶ୍ର, ଙ୍କ ସମେତ ଆମ ପ୍ରତିଭା ଆମ ପରିଚୟ ଅନୁଷ୍ଠାନ ର କର୍ମକର୍ତା,ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ,ରାଜନେତା , ଓ ଶତାଧିକ ସମର୍ଥକ ମାନେ ଯୋଗ ଦେଇ ଦୁଃଖୀ ଦରିଦ୍ର ର ସାଥୀ ପଣ୍ତିତ ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ସ୍ମୁତି ଚାରଣ କରିଥିଲେ। ତେବେ ଆସନ୍ତା ବର୍ଷ ସ୍ବତନ୍ତ୍ର ଭାବେ ଏହି ଗୋପବନ୍ଧୁ ଙ୍କ ଜନ୍ମ ଜୟନ୍ତୀ କୁ ଧୁମ୍ ଧାମରେ ପାଳନ କରାଯିବା ପାଇଁ ଉପସ୍ଥିତ କମିଟି ର ସଦସ୍ୟ ମାନଙ୍କୁ ଶ୍ରୀ ସାହୁ କହିବା ସହ ଏଥିରେ ପୂର୍ଣ୍ଣ ପ୍ରାଣରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଓ ଏହାର ନେତୃତ୍ୱ ନେବା ପାଇଁ ବରିଷ୍ଠ ସାମ୍ବାଦିକ ଦେବୀ ମିଶ୍ର ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା।
