ଅନୁଗୋଳ ଜଗନ୍ନାଥପୁର ନିକଟସ୍ଥ ବୁର୍ତ୍ତି ଗାଁରେ ଦୁଇ ଗଛ ମଧ୍ୟରେ ଫସିଲା ହାତୀ। ପଣସ ଖାଇବାକୁ ଆସି ଫସିଲା ହାତୀ। ଦୁଇଟି ଗଛ ମଧ୍ୟରେ ହାତୀଟି ର ଆଗ ଗୋଡ଼ ଫସିଥିଲା। ସମସ୍ତ ଚେଷ୍ଟା ସତ୍ବେ ହାତୀଟି ଗୋଡ ବାହାର କରିପାରିନଥିଲା। ଶେଷରେ ବନ ବିଭାଗ ଜେସିବି ଲଗାଇ ଗୋଟିଏ ଗଛକୁ ଟାଣି ଧରିବାରୁ ହାତୀଟି ଗୋଡ଼ ବାହାର କରିଛି। ହାତୀଟିର ଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିବାରୁ ତାକୁ ପେନ କିଲର ଇଂଜେକସନ ଦେଇ ନିରୀକ୍ଷଣ ରେ ରଖିଛନ୍ତି ବନ ବିଭାଗ।
