ପାଲଲହଡା ବନ୍ଦାଭୁଇଁ ପଂଚାୟତ ପଟାମୁଣ୍ଡ ଗ୍ରାମରେ ବିଦ୍ୟୁତ ଖୁଣ୍ଟରୁ ପଡି ଜଣେ ମୃତ। ମୃତକ ହେଲେ ଅନୁଗୋଳ ନୂଆସାହି ଅଞ୍ଚଳର ମଧୁ ପ୍ରଧାନ। ତାଙ୍କର ବୟସ ସେହି ପାଖାପାଖି ୪୫ ହେବ। କଣ୍ଟ୍ରାକ୍ଟର ଅଧୀନରେ ମଧୁ ପ୍ରଧାନ ତାଙ୍କ ଅଞ୍ଚଳର କିଛି ଲୋକଙ୍କ ସହ ଚାଷ ପାଇଁ ନୂତନ ଭାବେ ଖୁଣ୍ଟରେ ଲାଇନ ତାର ଟାଣୁ ଥିଲେ। ଅସାବଧାନତା ଯୋଗୁଁ ସେ ଖୁଣ୍ଟରୁ ଖସି ପଡ଼ି ଯାଇଥିଲେ। ସେଇଠି ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଘଟଣା ସ୍ଥଳରେ ପାଲଲହଡା ପୋଲିସ ପହଁଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
