ଖୁସି ଖବର,ଅନୁଗୋଳ ତାମ୍ରିତ କଲୋନି ନିକଟରେ ଥିବା ନୂଆଁ ବସ ଷ୍ଟାଣ୍ଡ ରୁ ରାଜ୍ୟର ବିଭିନ୍ନ ଜାଗାକୁ ଗଡ଼ିଲା ବସ। ଆଜି ନୂଆଁ ବସଷ୍ଟାଣ୍ଡ ରେ ଅନୁଗୋଳ ଜିଲ୍ଲାପାଳ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଉଦଘାଟନ କରିଛନ୍ତି। ପିପିପି ମୋଡ଼ରେ ନିର୍ମାଣ ହୋଇଥିବା ଏହି ବସଷ୍ଟାଣ୍ଡ କୁ ଗତ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। କିନ୍ତୁ ବସ ମାଲିକ ପାର୍କିଂ ଫିସ କୁ ନେଇ ଅସନ୍ତୁଷ୍ଟ ଥିଲେ। ଶେଷରେ ଆର.ଟି.ଓ ନିଖିଲ ପଟ୍ଟନାୟକ ଙ୍କ ତତ୍ବାବଧାନରେ ବସ ମାଲିକଙ୍କ ବିବାଦ ସମାଧାନ ପରେ ଆଜି ନୂଆଁ ବସ ଷ୍ଟାଣ୍ଡରୁ ରାଜ୍ୟର ବିଭନ୍ନ ସ୍ଥାନକୁ ବସ ଚଳାଚଳ ହୋଇଛି।
