ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ରାଜ୍ୟର ବିକାଶ ନିମନ୍ତେ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ସରକାରଙ୍କ କର୍ମ ତତ୍ପର ଅଭିଯାନ (ମୁକ୍ତା) ର ଉପଦେଷ୍ଟା ମୀରା ପରିଡ଼ା ତାଳଚେର ପୌରପରିଷଦ ପରିଦର୍ଶନରେ ଆସି କାର୍ଯ୍ୟର ସମୀକ୍ଷା କରିଛନ୍ତି। ମିଶନ ଶକ୍ତି ମା ମାନେ କେମିତି ଆତ୍ମ ନିର୍ଭରଶୀଳ ହୋଇପାରିବେ ସେ ସମ୍ପର୍କରେ ବିସ୍ତୁତ ଭାବେ ଆଲୋଚନା କରିଥିଲେ ମିରା ପରିଡା। ଆଗକୁ ମାଆ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ବିଭିନ୍ନ ଯୋଜନାରେ କାମ ଯୋଗାଇ ଦିଆଯିବ ବୋଲି ତାଳଚେର ପୌରପରିଷଦର ନଗରପାଳ ପବିତ୍ର ଭୂତିଆ କହିଥିଲେ।
