ତାଣ୍ଡବ ରଚିଲା କାଳ ବୈଶାଖୀ। ଆକାଶରେ କଳା ହାଣ୍ଡିଆ ମେଘ ସହ ପ୍ରବଳ ଝଡ଼ ତୋଫାନ ମାଡି ଆସିଲା। ଘନ ଘନ ବିଜୁଳି ସାଙ୍ଗକୁ ପଚଣ୍ଡ ଘଡଘଡି ଶବ୍ଦରେ ତାତି କବାଟ ପଡିଗଲା। ଦେଖନ୍ତୁ ଏ ଭିଜୁଆଲ କୁ,କେମିତି ବର୍ଷା ଆଉ ତୋଫାନ ରେ ରାସ୍ତା ଦେଖାଯାଉନାହିଁ । ବଡ଼ ବଡ ଗଛ ଉପୁଡି ରାସ୍ତାରେ ଲୋଟି ପଡ଼ିଲାଣି। ଉଡି ଗଲାଣି ଟିଣ ଛପର। ଏ ଦୃଶ୍ୟ ହେଉଛି ଅନୁଗୋଳ କୁଡୁଲ ରାସ୍ତାର। ରାସ୍ତା ଜାମ ଯୋଗୁଁ ବହୁ ସମୟ ଧରି ଫସି ରହିଛି ଗାଡି। ମାତ୍ର ଅଧା ଘଣ୍ଟାରେ ଏଭଳି ଅବସ୍ଥା ହୋଇଛି ଅନୁଗୋଳ ରେ। ତୋଫାନ ଛାଡିବା ପରେ ରାସ୍ତା ସଫାରେ ଲାଗି ପଡିଛନ୍ତି ସ୍ଥାନୀୟ ଲୋକ।
