ତାଳଚେର ଟ୍ରକ ଓନର ଆସୋସିଏସନ ର ବିଭିନ୍ନ ପଦ ପାଇଁ ଭୋଟଦାନ ଗ୍ରହଣ ହୋଇଛି। ଲମ୍ବା ଲାଇନରେ ଟ୍ରକ ମାଲିକ ମାନେ ଛିଡା ହୋଇ ଭୋଟଦାନ କରିଛନ୍ତି। ମହିଳା ଭୋଟର ମାନେ ମଧ୍ୟ ନିଜର ମତଦାନ ଶୃଙ୍ଖଳିତ ଭାଇ ଦେଇଛନ୍ତି। ୨ ବର୍ଷ ଅନ୍ତରରେ ଭୋଟ ଗ୍ରହଣ ହୋଇଥାଏ। ମୋଟ ୧୨୫୮ ଜଣ ସଦସ୍ୟ ଭୋଟ ଦାନ ଦେଉଛନ୍ତି। ଏଥର ସଭାପତି ଭାବେ ଦିଲ୍ଲୀପ କୁମାର ପାଣି ଏବଂ ଅରବିନ୍ଦ ଭୁତିଆ ପ୍ରତିଦ୍ବନ୍ଦିତା କରୁଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ଟୁକୁନା ସ୍ବାଇଁ ଏବଂ ଫିରୋଜ କୁମାର ପ୍ରଧାନ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେହିପରି ସାଧାରଣ ସମ୍ପାଦକ ପଦବୀ ପାଇଁ ପ୍ରକାଶ କୁମାର ମହାରଣା ଏବଂ ରତନ କୁମାର ଶତପଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ଟ୍ରେଜରର ପାଇଁ ୨ ଜଣ, ଅଡିଟର ପାଇଁ ୨ ଜଣ, ଉପସଭାପତି ପାଇଁ ୮ଜଣ,ଜଏଣ୍ଟ ସେକ୍ରେଟାରୀ ପାଇଁ ୫ ଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି। ଆସନ୍ତାକାଲି ଫଳାଫଳ ଜଣାପଡିବ ବୋଲି ସୂଚନା ମିଳିଛି।
