ଆଜି ଅନୁଗୋଳ ଏବଂ ଢେଙ୍କାନାଳ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନୁଗୋଳ ର ୩ଟି ପ୍ରୋଗ୍ରାମ ସହ ଢେଙ୍କାନାଳ ର ଗୋଟିଏ କାର୍ଯ୍ୟକ୍ରମ ରେ ଯୋଗ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ। ପ୍ରଥମେ ନାଲକୋ ଟ୍ରେନିଂ ସେଣ୍ଟର ରେ ନାଲକୋ ମଜଦୂର ସଂଘର ସିଲଭର ଜୁବଲି ଯୋଗଦାନ ପରେ ମଧ୍ୟାହ୍ନରେ ମାଳତୀ ଦେବୀ ଆଶ୍ରମ ଯାଇ ବାଜି ରାଉତ ଛାତ୍ରାବାସ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ରେ ବନ୍ତଳା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସିଲଭର ଜୁବଲି କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅନୁଗୋଳ କାର୍ଯ୍ୟକ୍ରମ ପରେପରେ ସନ୍ଧ୍ୟା ରେ ଢେଙ୍କାନାଳ ଯାଇ ବାଜିରାଉତ ନାଇଟ କ୍ରିକେଟ ଟୁନାମେଣ୍ଟ ରେ ଯୋଗଦାନ ଦେବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!