କେନ୍ଦୁଝର ବନବିହାରିପୁର ଗାଁରେ ଦନ୍ତାହାତୀ ଆକ୍ରମଣ ରେ ମହିଳା ମୃତ। ମୃତକ ହେଲେ ଦ୍ରୌପଦୀ ନାୟକ। ସେ ନିଜ ଆମ୍ବ ବଗିଚା କୁ ଆମ୍ବ ସଂଗ୍ରହ କରିବାକୁ ଯାଇ ଥିବା ବେଳେ ଦନ୍ତାହାତୀ ଆକ୍ରମଣ କରିଥିଲା। ଦନ୍ତାହାତୀ ଆକ୍ରମଣ ଦେଖି ସ୍ଥାନୀୟ ଲୋକ ଜୋରରେ ପାଟି କରିଥିଲେ। ଫଳରେ ହାତୀଟି ମହିଳାଙ୍କୁ ଛାଡି ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିଲା। କାଳେ ମହିଳା ଜଣକ ବଞ୍ଚିଥିବେ, ତେଣୁ ତୁରନ୍ତ ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ହସ୍ପିଟାଲ କୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ସେତେବେଳେ କୁ ତାଙ୍କର ମୁତ୍ଯୁ ହୋଇ ସାରିଥିଲା। ଫଳରେ ବହୁ ସମୟ ଧରି ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ପରେ ତେଲକୋଇ ରେଞ୍ଜ ଅଧିକାରୀ ବୁଝାସୁଝା କରିବା ସହ ସରକାରଙ୍କ ସହାୟତା ରାଶି ନିଷ୍ବିତ ଯୋଗାଇ ଦିଆଯିବ ବୋଲି କହିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।#elephantattack#kendujhar#odisha

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!