ଅନୁଗୋଳ ପୁରୁଣାପାଣି ଗ୍ରାମର ଆନନ୍ଦ ପେସୋଇଙ୍କ ପତ୍ନୀ ପୃଷ୍ଠା ପେସୋଇଙ୍କ ଶୁକ୍ରବାର ରାତିରେ ସାପ କାମୁଡ଼ାରେ ମୁତ୍ଯୁ ହୋଇଥିଲା। ଆନନ୍ଦ ଜଣେ ଗରିବ ଅସହାୟ ବ୍ୟକ୍ତି ଥିବାରୁ ସ୍ତ୍ରୀଙ୍କର ଶୁଦ୍ଧ କାର୍ଯ୍ୟ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ଅଗ୍ରଣୀ ସ୍ଵଛାସେବୀ ଅନୁଷ୍ଠାନ ଗୋପବନ୍ଧୁ ମାନବ କଲ୍ୟାଣ ସମିତି। ଅନୁଷ୍ଠାନ ପକ୍ଷରୁ ଅସହାୟ ଗରିବ ଆନନ୍ଦଙ୍କ ପରିବାରଙ୍କୁ ରାସନ ସାମଗ୍ରୀ ସହ ପନିପରିବା,ଲୁଙ୍ଗି,ଧୋତି,ଗାମୁଛା ଏବଂ ଶାଢ଼ୀ ଯୋଗାଇ ଦେଇଛନ୍ତି। ତେବେ ଆନନ୍ଦଙ୍କୁ ସରକାରୀ ସାହାଯ୍ୟ ଯୋଗାଇବା ପାଇଁ ଦାବି ହେଉଛି।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!