୨୦ ସାହି ତୈଳିକ ବୈଶ୍ୟ ସମାଜ ତାଳଚେର, ଅନୁଗୋଳ ଆନୁକୂଲ୍ୟରେ କଙ୍କିଳି ନୁଆଁସାହି ଠାରେ ଶ୍ରୀ ମଦ ଭଗବତ ଗୀତା ପରିକ୍ରମା ହୋଇଛି। ଏହି ଅବସରରେ ତୈଳିକ ସମାଜର ପାଖାପାଖି ୨୦୦ ରୁ ଉର୍ଦ୍ଧ୍ବ ମହିଳା ଏବଂ ପୁରୁଷ ଗ୍ରାମ ପରିକ୍ରମା କରିଥିଲେ। ତତ୍ ସହିତ ଗ୍ରାମର ଚଉପାଢ଼ି ଠାରେ ଗୀତା ପାଠ ସହ ନାମ ସଂକୀର୍ତ୍ତନ ହୋଇଥିଲା। କିଭଳି ଭାବରେ ସମାଜର ସାଂଗଠନିକ କାର୍ଯ୍ୟକୁ ମଜଭୁତ ହୋଇ ପାରିବ ସେ ବିଷୟରେ ଆଲୋଚନା ହୋଇଛି। ତତ୍ ସହିତ ଏକ ପବିତ୍ର ଗୀତା ସମିତିର ମୁଖ୍ୟ କୁ ଅର୍ପଣ କରାଯାଇଛି। ଆଗାମୀ ଦିନରେ ୨୧ ଟି ସମିତିରେ ଏଭଳି କାର୍ଯ୍ୟକ୍ରମ ହେବ ବୋଲି ସୂଚନା ମିଳିଛି।
