()ଶେଷରେ ବୁର୍ତ୍ତି ଗାଁ ନିକଟରେ ଦୁଇ ଗଛ ମଧ୍ୟରେ ଫସି ଆହତ ହୋଇଥିବା ହାତୀର ଚିକିତ୍ସା ପାଇଁ ସାତକୋଶିଆ ରୁ ଗଲା କପିଳାସ।

ଆପଣଙ୍କର ମନେଥିବ ଗତ ମେ ୯ତାରିଖରେ ବୁର୍ତ୍ତି ନିକଟରୁ ଦୁଇ ଗଛ ମଧ୍ୟରୁ ବନ ବିଭାଗ ଉଦ୍ଧାର କରିଥିଲା ଏହି ହାତୀଟିକୁ। କିନ୍ତୁ ତାର ଗୋଡ଼ରେ କ୍ଷତ ଚିହ୍ନ ରହିଥିଲା। ହାତୀଟିକୁ ପ୍ରାଥମିକ ଚିକିତ୍ସା କଲାପରେ ଜଙ୍ଗଲରେ ଛଡା ଯାଇଥିଲା। ସେହିଦିନ ଠାରୁ ହାତୀଟି ବନ ବିଭାଗର ନଜରରେ ରହିଥିଲା। କିନ୍ତୁ ତାର ଗୋଡ଼ର କ୍ଷତ ରେ ସୁଧାର ନ ଆସିବାରୁ ମାଈ ହାତୀକୁ ହିଂଶ୍ରୀଡା ଗାଁ ନିକଟରୁ ଠାବ କରି ଢେଙ୍କାନାଳ କପିଳାସ କୁ ପଠାଇଛନ୍ତି ବନ ବିଭାଗ।

ଆପଣଙ୍କର ମନେଥିବ ଏହି ହାତୀଟି ସାତକୋଶିଆ ର ବୁର୍ତ୍ତି ଗାଁ ନିକଟକୁ ପଣସ ଖାଇବାକୁ ଆସି ଦୁଇ ଗଛ ମଧ୍ୟରେ ଫସି ରହିଥିଲା। ଆଗକୁ ବର୍ଷା ଋତୁ ଆସୁଥିବାରୁ ଆଗୁଆ ସତର୍କତା ସ୍ଵରୂପ ହାତୀକୁ ଚିକିତ୍ସା ପାଇଁ କପିଳାସ ପଠାଯାଇଥିବା ସୂଚନା ମିଳିଛି। ହାତୀଟି ସମ୍ପୁର୍ଣ୍ଣ ଠିକ ହେଲା ପରେ ସାତକୋଶିଆ ରେ ଛଡ଼ା ଯିବ ବୋଲି ଡି ଏଫ ଓ କହିଛନ୍ତି।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!