ତାଳଚେର NTPC କଣିହାଁ ପକ୍ଷରୁ ଆୟୋଜିତ ହୋଇଥିବା ବାଳିକା ସଶକ୍ତିକରଣ ଅଭିଯାନ 2023 କେନ୍ଦ୍ରକୁ, ଗଣମାଧ୍ୟମ ପ୍ରତିନିଧିମାନେ ପରିଦର୍ଶନ କରିଛନ୍ତି। ଏହି ଅବସରରେ କଣିହାଁ ପାରିପାର୍ଶ୍ବିକ ଅଞ୍ଚଳର ୨୦ଟି ସ୍କୁଲର ୧୨୦ ଜଣ ବାଳିକା ନିଜର ବିଭିନ୍ନ କ୍ଷେତ୍ରରେ ଥିବା ଲୁକ୍କାୟିତ ପ୍ରତିଭା କୁ ଦର୍ଶାଇ ଥିଲେ। ନୃତ୍ୟ ଗୀତ ଏବଂ କବିତା ମାଧ୍ୟମରେ ଛୋଟ ଛୋଟ ବାଳିକା ମାନେ ସେମାନଙ୍କର ପାରଦର୍ଶିତା ଦେଖାଇଥିଲେ।
ବାଳିକା ମାନଙ୍କ ସହ NTPC ମ୍ୟାନେଜମେଣ୍ଟ ଏବଂ ସାମ୍ବାଦିକ ବନ୍ଧୁ ଏକତ୍ର ହୋଇ ଏକ ଫୋଟୋ ସେସନ କାର୍ଯ୍ୟକ୍ରମ ହୋଇଥିଲା। ଦୀପ ତରଙ୍ଗ ଠାରେ ଏହି ବାଳିକା ସଶକ୍ତିକରଣ କାର୍ଯ୍ୟକ୍ରମ କୁ ନିଜେ କାର୍ଯ୍ୟ ନିର୍ବାହୀ ନିର୍ଦେଶକ କେ.ଏସ ସୁନ୍ଦରମ ଉପସ୍ଥିତ ରହି ବାଳିକା ମାନଙ୍କୁ ଉତ୍ସାହିତ କରିଥିଲେ। ତତ୍ ସହିତ ସେସନରେ ଭାଗ ନେଇ କୃତିତ୍ବ ହାସଲ କରିଥିବା ବାଳିକାଙ୍କୁ ମାନପତ୍ର ଦେଇ ଅଧିକ ଉତ୍ସାହିତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଏମ(ଓ ଆଣ୍ଡ ଏମ) ଏକେ ସେହଗଲ,ଜିଏମ(ଏ ଏଚ ଡି) ସତ୍ୟ ରାମକ୍ରୀଷ୍ଣା ଏବଂ ଏଜିଏମ(ସି ଏସ ଆର) ରଫିକୁଲ ଇସଲାମ ଏବଂ ଏଜିଏମ (ଏଚଆର) ବି.କେ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।
ଶେଷରେ ଉପସ୍ଥିତ ଥିବା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଏବଂ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ମତ ବିନିମୟ କାର୍ଯ୍ୟକ୍ରମ ହୋଇଥିଲା।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!