୧୦ ଜୁନ ତାଳଚେର ଜଗନ୍ନାଥ କଳାବିକାଶ କେନ୍ଦ୍ର ଠାରେ ବିଜେପିର ତାଳଚେର ନିର୍ବାଚନ ମଣ୍ଡଳୀ ର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ ଶେଷ ହୋଇଛି। ଏହି ସମ୍ମିଳନୀରେ ବିଜେପିର ପ୍ରାକ୍ତନ ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନଅ ବର୍ଷ ପୂର୍ତ୍ତି ଅଵସରରେ ବିକାଶ ର କଥା କହିଥିଲେ। ତତ୍ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଦ୍ଵାରା କରାଯାଇଥିବା ବିକାଶ ମୂଳକ କାର୍ଯ୍ୟକ୍ରମ କୁ ନେଇ ଘରେ ଘରେ ପହଞ୍ଚାଇବା କୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଥିଲେ। ସମସ୍ତ ମୋର୍ଚ୍ଚା କିଭଳି ଭାବରେ ଏକଜୁଟ ହୋଇ ବିଜେପି ପାଇଁ କାମ କରିବେ ସେ ନେଇ ମଧ୍ୟ ଆଲୋଚନା କରିଥିଲେ।
