ତା୬/୦୧(ଓ.ଏନ.ଏସ)-ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ସାତକୋଶିଆ ଅଭୟାରଣ୍ୟ ର ମଧ୍ୟ ଦେଇ ଯାଇଥିବା ମହାନଦୀ ଏବଂ ତା ଆଖପାଖ ଆଞ୍ଚଳରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ଜାନୁଆରୀ ୬,୭,୮ ତାରିଖ ଏପରି ୩ଦିନ ଧରି ଚାଲିବ କୁମ୍ଭୀର ଗଣନା। ମୋଟ ୫୬ ଜଣ ବନ କର୍ମଚାରୀ କୁମ୍ଭୀର ଗଣନା କାର୍ଯ୍ୟରେ ନିୟୋଜିତ ରହିଛନ୍ତି ବୋଲି ସାତକୋଶିଆ ଡି. ଏଫ.ଓ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ସାତକୋଶିଆ ମଧ୍ୟ ଦେଇ ଯାଇଥିବା ମହାନଦୀ ଏବଂ ତା ଆଖପାଖ ଅଞ୍ଚଳରେ ୭ଟି ଘଡ଼ିଆଳ ଏବଂ ୮୨ଟି ମଗର ରହିଥିବା ସାତକୋଶିଆ ଡି. ଏଫ.ଓ ସୂଚନା ଦେଇଛନ୍ତି।
