ନାଲକୋ ନଗର : ଭାରତ ସରକାରଙ୍କ ନବରତ୍ନ ଉଦ୍ୟୋଗ ନାଲକୋ ଏହାର ସ୍ପେକ୍ଟର ଓ ପାୱାର କମପ୍ଲେକ୍ସ, ଅନୁଗୋଳ ତରଫରୁ ପାରିପାର୍ଶ୍ୱିକ ଗ୍ରାମର ଯୁବବର୍ଗଙ୍କ
କ୍ରୀଡା ପ୍ରତିଭାର ପ୍ରୋତ୍ସାହନ ପାଇଁ ଆଜି ଏକ ସମାରୋହରେ ଖେଳ ସାମଗ୍ରୀ ବଣ୍ଟନ କରିଛି। ଏହି କ୍ରୀଡା ସାମଗ୍ରୀ ବଣ୍ଟନ ଉତ୍ସବରେ ମୁଖ୍ୟ ଅତିଥି ସଚିଦାନନ୍ଦ ଜେନା, କାର୍ଯ୍ୟନିର୍ବାହୀ ନିର୍ଦେଶକ (ଏସଆଣ୍ଡପି), ସମ୍ମାନନୀୟ ଅତିଥୁ ଶ୍ରୀ ଆଶୁତୋଷ ରଥ, କାର୍ଯ୍ୟନିର୍ବାହୀ ନିର୍ଦେଶକ (ମାନବ ସମ୍ବଳ)- ତଥା କର୍ପୋରେଟ ସଂଚାର ମୁଖ୍ୟ, ହିମାଂଶୁ ଶେଖର
ପ୍ରଧାନ, ସିଜିଏମ (ଏଚଆର) ଙ୍କ ସମେତ ଏସଆଣ୍ଡପି କମପ୍ଲେକ୍ସର ଅନ୍ୟ ସମସ୍ତ ସିଜିଏମ ବୃନ୍ଦ ଅଂଶଗ୍ରହଣ କରିଥିଲେ ଓ ସାମୁହିକ ଭାବେ ୨୮ଟି ପାରିପାର୍ଶ୍ୱିକ ଗ୍ରାମରୁ ଆସିଥିବା କ୍ରୀଡାବିତ ଯୁବବର୍ଗଙ୍କୁ କ୍ରିକେଟ ଖେଳ ସରଞ୍ଜାମ ଓ ଭଲିବଲ ଖେଳ ସରଞ୍ଜାମ ବଣ୍ଟନ କରିଥିଲେ।
ଏହି ଉତ୍ସବରେ ପାରିପାର୍ଶ୍ୱିକ ଗ୍ରାମ ମାନଙ୍କର ସରପଞ୍ଚ ଯଥା ଉଷାରାଣୀ ସ୍ୱାଇଁ, ସରପଞ୍ଚ ( କୁଲାଡ), ଛବିରଣୀ ଦେହୁରି, ସରପଞ୍ଚ (ଗିରାଙ୍ଗ), ଜୟନ୍ତୀ ସାହୁ, ସରପଞ୍ଚ (ବଳରାମପ୍ରସାଦ), ଧୀରେନ ପ୍ରଧାନ, ସରପଞ୍ଚ (ଗୋବରା), ପାର୍ଥସାରଥୀ ସାହୁ, ସରପଞ୍ଚ (କର୍ଣ୍ଣପୁର) ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ଏତଦ ବ୍ୟତୀତ ନାଲକୋ ଏସ ଆଣ୍ଡ ପି କମପ୍ଲେକ୍ସ ତରଫରୁ ଆଜି କାର୍ଯ୍ୟନିର୍ବାହୀ ନିର୍ଦେଶକ
ସଚିଦାନନ୍ଦ ଜେନା ଓ ଆଶୁତୋଷ ରଥଙ୍କ ଦ୍ବାରା କନ୍ୟାବେଡା ଗ୍ରାମ ଉପାନ୍ତରେ ଥ‌ିବା ନାଲକୋ ମେଡିକାଲ ଛକରୁ ଆଶପୋଣ୍ଡ ଛକ ପର୍ଯ୍ୟନ୍ତ ଥିବା ରାସ୍ତାର ମରାମତି ନିମନ୍ତେ କାର୍ଯ୍ୟ ପାଇଁ ଭୂମି ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ପ୍ରକାଶ ଥାଉକି, ୨୫ ଲକ୍ଷ ଟଙ୍କା ବ୍ୟୟରେ ମରାମତି ହେବାକୁ ଥ‌ିବା ଏହି ରାସ୍ତା ସମଗ୍ର କନ୍ୟାବେଡା, କୁରୁଡ଼ୋଲ, କୁକୁଡାଙ୍ଗ, ତଥା ଗୋବରା ଅଞ୍ଚଳକୁ ଏକ ପ୍ରମୁଖ ସଂଯୋଗୀକରଣ ରାସ୍ତା ହିସାବରେ ବ୍ୟବହୃତ ହେଉଅଛି। ଏହି ଭୂମି ପୂଜନ ଉତ୍ସବରେ ହିମାଂଶୁ ପ୍ରଧାନ, ସିଜିଏମ୍ (ଏଚଆର), ରାଜାରାମ ମିଶ୍ର, ଜିଏମ (ପ୍ରଣାଳୀ) – ସିଏସଆର ଏବଂ ପିଆର ମଧ୍ଯ ବିଶିଷ୍ଟ ରୂପେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!