ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ମିନି କନଫରେନ୍ସ ହଲ୍‌ଠାରେ ଜିଲ୍ଲା ରେଡକ୍ରସ୍ ଶାଖା ଆନୁକୂଲ୍ୟରେ “ବିଶ୍ୱ ରେଡକ୍ରସ୍ ଦିବସ-୨୦୨୬” ପାଳିତ ହୋଇଯାଇଛି। ଚଳିତ ବର୍ଷର ବାର୍ତ୍ତା “ମାନବିକତା ପାଇଁ ଏକତା”। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ଯୋଗ ଦେଇ ମାନବିକତା ଓ ସେବା ମନୋଭାବ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ମାନବିକ କଲ୍ୟାଣ ତଥା ସ୍ବେଚ୍ଛାକୃତ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଅଧିକାରୀଙ୍କୁ ‘ପ୍ରଶଂସା ପତ୍ର’ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆପାତକାଳୀନ ଅଧିକାରୀ ଶ୍ରୀ ଶୁଭେନ୍ଦୁ କୁମାର ଜେନା, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀମତୀ ଚିନ୍ମୟୀ ସାମନ୍ତରାୟ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଜୟଜିତ ଧଳଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!