ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର ,ବଉଳିଗଡ, ଗଡସନ୍ତ୍ରି ଗ୍ରାମପଞ୍ଚାୟତର ଭକ୍ତପୁର, ଗଡସନ୍ତ୍ରି, ବଉଳିଗଡ, ସିମିଲିଛୁଇଁ, ଯୁହାରପୁର ଗ୍ରାମରେ ବିଶ୍ଵ ଯୁବ କେନ୍ଦ୍ର ବଣୀନାଳୀ ଅନୁଗୋଳ ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ ଫର୍ ଚିଲଡ୍ରେନ୍ ଦ୍ୱାରା ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ଅଙ୍ଗନୱାଡି କର୍ମୀ, ୱାର୍ଡମେମ୍ୱର,ଆଶା ଓ କିଶୋରୀ ଉପସ୍ଥିିତଥିଲେ।
ଶିଶୁଙ୍କୁ ନିଜର ଅଧିକାର ରୁ ବଞ୍ଚିତ କରି ବାଲ୍ୟ ବିବାହ, ଶିଶୁ ଚାଲାଣ,ଶିଶୁ ଯୌନ ନିର୍ଯାତନା,ଶିଶୁ ଶ୍ରମିକ ତଥା ଜୀବନ ପ୍ରତି ବିପଦ ସଙ୍କୁଳନ କାର୍ଯ୍ୟ ରେ ନିୟୋଜିତ ତଥା ଏହାର ଭୟାବହତା ଉପରେ ଆଲୋଚନା କରାଯାଇ ଥିଲା। ବାଲ୍ୟ ବିବାହ ତଥା ଶିଶୁଙ୍କୁ ଶ୍ରମରେ ନିୟୋଜିତ କରୁଥିବା ଲୋକଙ୍କ ପାଇଁ ଭାରତୀୟ ଆଇନ୍ ଅନୁଯାୟୀ ବାଲ୍ୟ ବିବାହର ଦଣ୍ଡ ବିଧାନ ଓ ନିୟମାବଳୀ ଏବଂ ପ୍ରତେକ ଶିଶୁର ଚାରୋଟି ପ୍ରାଥମିକ ଅଧିକାର ବିଷୟରେ ଆଲୋଚନା କରାଯାଇଥିଲା। ବିଶ୍ଵ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁ ଓ ଅଭିଷେକ ମହାପାତ୍ର ଙ୍କ ତତ୍ଵାବଧାନରେ ପ୍ରକଳ୍ପ ସହଯୋଗୀ ଲକ୍ଷ୍ମୀ ବେହେରା ସଭା ପରିଚାଳନା କରିଥିଲେ।
