ପାଲଲହଡା ଖମାରରେ ୧୧ତମ ଚନ୍ଦନ ଯାତ୍ରା ମହୋତ୍ସବ ଧୁମଧାମରେ ପାଳିତ ହେଉଛି। ଏହା ଆସନ୍ତା ମଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କୁ ବେଶ ଆକର୍ଷିତ କରୁଛି। ଭବ୍ୟ ସଭାରେ ମୁଖ୍ୟ ଅତିଥିଭାବେ ଟାମଡା, ତଥା ରାଜ୍ୟ ଖାଦ୍ୟ ନିଯୋଗର ଅଧ୍ୟକ୍ଷ ଅବନିକାନ୍ତ ସାହୁ ଉପସ୍ଥିତ ରହି ଗାଁ ର ସଂସ୍କୃତି, ଗାଁର ର ପରମ୍ପରାକୁ ବଜାଇ ରଖିବା ପାଇଁ କମିଟିକୁ ନିବେଦନ କରିଥିଲେ।ଉକ୍ତ ସଭାରେ ଚନ୍ଦନଯାତ୍ରା ମହୋତ୍ସବ ର ସଭାପତି ସନ୍ତୋଷ କୁମାର ବିଶ୍ବାଳ ବିବରଣୀ ପାଠ କରିଥିଲେ।
