ବାଇପାସ୍ ବଜାରରେ ଜାଗିଛି ଉଲ୍ଲାସ,ଗଣପତିଙ୍କ ପୂଜା ପାଇଁ ନୂଆ ଆଶା,ନୂଆ ବିଶ୍ୱାସ। କଙ୍କିଳି କାଜୁ ପଡ଼ିଆରେ ସୁନ୍ଦର ପରିସର ମଧ୍ୟରେ ଆୟୋଜିତ ହୋଇଥିଲା ଏକ ସଭା।
ସର୍ବସମ୍ମତି କ୍ରମେ ଚାଲିଲା ଆଲୋଚନା,ଆଗାମୀ ଦୁଇ ବର୍ଷ ପାଇଁ ହେଲା ନୂଆ ଯୋଜନା। ଗଣପତିଙ୍କ ପୂଜାକୁ ଆକର୍ଷଣୀୟ କରିବାକୁ କର୍ମକର୍ତ୍ତା ବାଛିଲେ ସମସ୍ତ ସଦସ୍ୟ।
ନୂତନ କର୍ମକର୍ତ୍ତା ମଣ୍ଡଳୀ ମଧ୍ୟରେ ସଭାପତି ଭାବେ ଡ଼ ରଶ୍ମିରଞ୍ଜନ ମିଶ୍ର, ଉପ-ସଭାପତି ଭାବେ ବିମ୍ବାଧର ମହାପାତ୍ର ଓ ଶ୍ରୀହରି ସେଠୀ। ସାଧାରଣ ସମ୍ପାଦକ ଭାବେ ରାଜେନ୍ଦ୍ର ବାଇ। ସହ-ସମ୍ପାଦକ ଭାବେ ବିଶ୍ୱଜିତ୍ ମହାରଣା ଓ ଗତିକୃଷ୍ଣ ମହାରଣା ଏବଂ
କୋଷାଧ୍ୟକ୍ଷ ଭାବେ ପ୍ରଦୀପ କୁମାର ସାହୁ, ସହ-କୋଷାଧ୍ୟକ୍ଷ ଭାବେ ଅଭିନାଶ ସାହୁ ନିର୍ବାଚିତ ହୋଇଛନ୍ତି। ଶାନ୍ତି ଓ ସୌହାର୍ଦ୍ଦ୍ୟର ଶପଥ ନେଲେ ସମସ୍ତ କର୍ମକର୍ତ୍ତା।
