ଅନୁଗୋଳ ହାତୀ ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ। ମୃତକ ହେଲେ ଅନୁଗୋଳ ତଳଗଡ଼ ଗ୍ରାମର ବିଜୁଳି ସାହୁ। ତାଙ୍କର ବୟସ ପାଖାପାଖି ୫୫ ହେବ। ସକାଳୁ ନିକଟସ୍ଥ ଆମ୍ଭ ବଗିଚାକୁ ଆମ୍ବ ସଂଗ୍ରହ କରିବାକୁ ଯାଇ ହାତୀ ଆକ୍ରମଣର ଶିକାର ହୋଇଥିଲେ।ହାତୀ ଟି ମହିଳାଙ୍କୁ ଆକ୍ରମଣ କରି ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଛି।
ଘଟଣା ସ୍ଥଳରେ ହାତୀ ଆକ୍ରମଣ କୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ବନ ବିଭାଗ ଲୋକମାନଙ୍କୁ ବୁଝାସୁଝା କରୁଛି। କ୍ଷତିପୂରଣ ବାବଦରେ ମୃତ ମହିଳା ଙ୍କ ପରିବାରକୁ ୬ ଲକ୍ଷ ଟଙ୍କାର ସହାୟକ ରାଶି ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛି ବନ ବିଭାଗ।
