ଅନୁଗୋଳ କଦମପଡ଼ିଆ ରେ ଶେଷ ହୋଇଛି ବନ୍ଧୁତ୍ୱପୁର୍ଣ ସିମିତ ଓଭର କ୍ରିକେଟ ମ୍ୟାଚ। ୧୦ ଓଭର ବିଶିଷ୍ଟ ଏହି କ୍ରିକେଟ ମ୍ୟାଚ କୁ ମିଳିତ ଭାବେ ଆୟୋଜନ କରିଥିଲେ ଅନୁଗୋଳ ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ। ଏହି ଟୁନମେଣ୍ଟରେ ମୋଟ ୪ଟି ଦଳ ଅଂଶ ଗ୍ରହଣ କରିଥିଲେ। ଅକ୍ଷୟ ସେଠ ଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ଏକାଦଶ,ଟିକନ ବେହେରାଙ୍କ ନେତୃତ୍ବରେ ସିଭିଲ ସୋସାଇଟି, ସମରେଶ ନାଥ ଙ୍କ ନେତୃତ୍ୱରେ ଅନୁଗୋଳ ମିଡ଼ିଆ ଏକାଦଶ ଏବଂ ଶକ୍ତିଶ୍ରୀ ଦାସ ଙ୍କ ନେତୃତ୍ୱରେ ଟାଟା ଷ୍ଟିଲ ପଡିଆକୁ ଓହ୍ଲାଇଥିଲା। ମିଡ଼ିଆ ଏକାଦଶ ଏବଂ ଟାଟା ଷ୍ଟିଲ ମଧ୍ୟରେ ହୋଇଥିବା ସେମିଫାଇନାଲ ମ୍ୟାଚ କଡା ସଂଘର୍ଷ ପୂର୍ଣ ହୋଇଥିଲା। ଟାଟା ଷ୍ଟିଲ ଶେଷ ଓଭରର ୨ଟି ବଲ ଥିବା ପୂର୍ବରୁ ମ୍ୟାଚ କୁ ଜିତି ଫାଇନାଲ ରେ ପ୍ରବେଶ କରିଥିଲା। ଫାଇନାଲ ମ୍ୟାଚ ଜିଲ୍ଲା ପ୍ରଶାସନ ଏକାଦଶ ଏବଂ ଟାଟା ଷ୍ଟିଲ ମଧ୍ୟରେ ହୋଇଥିଲା। ଏଥିରେ ଜିଲ୍ଲା ପ୍ରଶାସନ ଏକାଦଶ ବିଜୟ ଲାଭ କରି ଚମ୍ପିୟାନ ହୋଇଥିଲା। ଟାଟା ଷ୍ଟିଲ ରନର୍ସ ଅଫ ଟ୍ରଫି ହାସଲ କରିଛି।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!