ଜଗନ୍ନାଥ ହେଉଛନ୍ତି ଜଗତର ନାଥ,
ତାଙ୍କ ପାଇଁ ଲୋକଙ୍କ ମନରେ ଆସ୍ଥା କାହିଁ କେତେ ଯୁଗରୁ ରହି ଆସୁଛି। ତାଙ୍କର ଯାତ୍ରା ଦେଖିବାକୁ ସାରା ବିଶ୍ୱରୁ ଶ୍ରଦ୍ଧାଳୁ ଛୁଟି ଆସନ୍ତି। ଜଗନ୍ନାଥ ବର୍ଷକୁ ଥରେ,
ଶ୍ରୀ ମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ଉଦେଶ୍ୟରେ ୯ ଦିନ ପାଇଁ ଆସିଥାନ୍ତି। କାଳେ କୋଉ ଭକ୍ତ ମୋତେ ଦେଖି ପାରୁନଥିବ ସେଥିପାଇଁ ବଡ଼ଦାଣ୍ଡକୁ ଚାଲି ଆସନ୍ତି ମହାପ୍ରଭୁ। ଲକ୍ଷ ଲକ୍ଷ ଭକ୍ତଙ୍କ ଜନ ସମାଗମ ହୁଏ,ସାରା ଓଡିଶା ଉତ୍ସବ ମୁଖର ହୋଇ ଉଠେ।
ଜଗନ୍ନାଥଙ୍କର ପ୍ରେମରେ ସମସ୍ତେ ବିମୋହିତ। ଆଜି ସେଇ ଭଳିଆ ବାଲେଶ୍ୱର ଜିଲ୍ଲା, ଭୋଗରାଇ ବ୍ଲକ କାଟିଶାଇ ଗ୍ରାମରେ ମାରୁତି ସେନା ସଦସ୍ୟ ମାନଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ରଥଯାତ୍ରା ଆୟୋଜନ ହୋଇଥିଲା। ପହଣ୍ଡି ପରେ ରଥଟଣା ହେଲା ଓ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନର ଆୟୋଜନ ମଧ୍ୟ କରାଯାଇଥିଲା। ଯେଉଁ ମାନେ କାଳିଆ କୁ ଦେଖିବାକୁ ପୁରୀ ଯାଇ ପାରୁ ନାହାନ୍ତି ସେମାନଙ୍କ ପାଇଁ ରଥଯାତ୍ରା ଆୟୋଜନ କରିଥିଲେ ମାରୁତି ସେନା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି।
ଆଗାମୀ ଦିନରେ ଏହାକୁ ଆହୁରି ସୁନ୍ଦର ଓ ବିସ୍ତାର ଆକାରରେ କରାଯିବ ବୋଲି ମାରୁତି ସେନାର ରାଜ୍ୟ ସଭାପତି ପପୁ ଦଳବେହେରା ଓ ଜିଲ୍ଲା ସଭାପତି ବସନ୍ତ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଏତେ ବଡ଼ ଆୟୋଜନ ସମସ୍ତ ବାଲେଶ୍ୱର ମାରୁତି ସେନାର ସଦସ୍ୟ ମାନଙ୍କ ପାଇଁ ସମ୍ଭବ ହୋଇ ପାରିଛି ବୋଲି ବୁଦ୍ଧିଜୀବି ବହୁ ପ୍ରଶଂସା କରିଛନ୍ତି।

