ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ଉରୁକୁଳା ଗ୍ରାମପଞ୍ଚାୟତର ଉରୁକୁଳା ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର, ବଣୀନାଳୀ, ଅନୁଗୋଳ ଦ୍ୱାରା ପରିଚାଳିତ ‘ଜଷ୍ଟ ରାଇଟ୍ ଫର୍ ଚିଲଡ୍ରେନ୍’ ପକ୍ଷରୁ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଙ୍ଗନୱାଡି କର୍ମୀ, ୱାର୍ଡମେମ୍ବର, ଆଶାକର୍ମୀଙ୍କ ସମେତ ଗ୍ରାମର ବିଭିନ୍ନ ସଦସ୍ୟ ଉପସ୍ଥିତ ରହି ଶିଶୁ ସୁରକ୍ଷା ଓ କଲ୍ୟାଣ ସମ୍ପର୍କରେ ଆଲୋଚନା କରିଥିଲେ।
ବୈଠକରେ ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମରେ ନିୟୋଜିତ କରିବା ଭଳି
ସମ୍ବେଦନଶୀଳ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ଏଭଳି ଘଟଣା ଶିଶୁମାନଙ୍କ ଶାରୀରିକ, ମାନସିକ ଓ ଶିକ୍ଷାଗତ ବିକାଶ ଉପରେ କିପରି ନକାରାତ୍ମକ ପ୍ରଭାବ ପକାଏ, ସେନେଇ ସଚେତନ କରା ଯାଇଥିଲା। ବାଲ୍ୟ ବିବାହ ଓ ଶିଶୁ ଶ୍ରମରେ ନିୟୋଜିତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ଆଇନରେ ଥିବା ଦଣ୍ଡବିଧାନ ଓ ନିୟମାବଳୀ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା।

ଏଥିସହ ପ୍ରତ୍ୟେକ ଶିଶୁର ଚାରୋଟି ପ୍ରାଥମିକ ଅଧିକାର ଏବଂ ଶିଶୁମାନଙ୍କ ଅଧିକାର ସୁରକ୍ଷାରେ ପରିବାର ଓ ସମାଜର ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ପ୍ରକଳ୍ପ ସହଯୋଗୀ ପପି ଦେହୁରୀ ବୈଠକ ପରିଚାଳନା କରିଥିଲେ। ଶିଶୁମାନଙ୍କୁ ନିରାପଦ ପରିବେଶ ଯୋଗାଇବା ସହ ସେମାନଙ୍କ ଅଧିକାର ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ବୈଠକରେ ଆହ୍ୱାନ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!