ଇସ୍କନ୍‌ ଅନୁଗୋଳ ପକ୍ଷରୁ ପବିତ୍ର ନନ୍ଦ ଉତ୍ସବ ଓ ଇସ୍କନ୍‌ର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦଙ୍କ ୧୩୦ତମ ବ୍ୟାସପୂଜା ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ପ୍ରାତଃ ମଙ୍ଗଳ ଆରତୀ ଓ ଗୁରୁପୂଜା ପରେ ବୃହତ ପରଦାରେ ଶ୍ରୀଲ ପ୍ରଭୁପାଦଙ୍କ ଜୀବନୀ ଓ ବିଶ୍ୱବ୍ୟାପୀ କୃଷ୍ଣଭକ୍ତି ପ୍ରଚାରର ଗାଥା ଉପରେ ଆଧାରିତ ଭିଡିଓ ପ୍ରଦର୍ଶିତ ହୋଇଥିଲା। ପରେ ବୃନ୍ଦାବନ ନିଵାସୀ ସନ୍ନ୍ୟାସୀ ପରମ ପୂଜ୍ୟ ଶ୍ରୀ ଶ୍ରୀମଦ୍ ଭକ୍ତି ଗୌରବ ନାରାୟଣ ସ୍ୱାମୀ ମହାରାଜ ଶ୍ରୀଲ ପ୍ରଭୁପାଦଙ୍କ ଦିବ୍ୟ ଜୀବନ ଓ ମହାନ ଅବଦାନ ଉପରେ ଗୌରବମୟ ଉଦ୍‌ବୋଧନ ଦେଇଥିଲେ। ଏହାପରେ ଭକ୍ତମାନେ ପୁଷ୍ପାଞ୍ଜଳି ଅର୍ପଣ କରିଥିବା ବେଳେ ସମସ୍ତଙ୍କ ପାଇଁ ସ୍ୱାଦିଷ୍ଟ ମହାପ୍ରସାଦ ବିତରଣ କରାଯାଇଥିଲା।

ଉତ୍ସବରେ ନିକଟସ୍ଥ ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରୁ ୫,୦୦୦ରୁ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଇସ୍କନ୍‌ ଅନୁଗୁଳର ସଭାପତି ବରଦ କୃଷ୍ଣ ଦାସ, ଉପସଭାପତି ପୁରୁଷୋତ୍ତମ ଦାସ, ସଚିବ ବ୍ରଜାନନ୍ଦ ଦାସ, ମନ୍ଦିର ସେବା ପ୍ରବନ୍ଧକ ମଥୁରାନାଥ ଦାସ ଏବଂ ଫେଷ୍ଟିଭାଲ ଇନ୍‌ଚାର୍ଜ କ୍ଷମାସାଗର ଦାସ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!