ଶପଥ ନେଲେ ଝାରସୁଗୁଡା ର ନବ ବିଧାୟିକା ଦୀପାଳି ଦାସ। ଆଜି ବିଧାନସଭା ରେ ଶପଥ ପାଠ କରାଇଛନ୍ତି ବିଧାନସଭାର ଉପ ବାଚସ୍ପତି ରଜନୀକାନ୍ତ ସିଂ। ଶପଥ ପାଠ ପରେ ଝାରସୁଗୁଡା ବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ସହ ବାପାଙ୍କ ଅଧୁରା ସ୍ଵପ୍ନ କୁ ପୂରଣ କରିବି ବୋଲି ପ୍ରତିକ୍ରିୟା ରଖିଛନ୍ତି ଦୀପାଳି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ଝାରସୁଗୁଡା ର ଉନ୍ନତି କରିବି ବୋଲି ମଧ୍ୟ ଆଶା ରଖିଛନ୍ତି। ଶପଥ ଗ୍ରହଣ ସମୟରେ ଦୀପାଳି ଙ୍କ ମାଆ ଏବଂ ଭାଇ ଉପସ୍ଥିତ ଥିଲେ।
