ଆଜି ଓଡ଼ିଶା ପାଇଁ ଏକ ଶୁଭ ଦିନ। ଗୋଟିଏ ଦିନରେ ପ୍ରଧାନମନ୍ତ୍ରୀ ଓଡିଶା ପାଇଁ ୮୨୦୦ କୋଟି ଟଙ୍କା ରେଳ ବିଭାଗର ଉନ୍ନତି ପାଇଁ ଦେଇଥିବା ବେଳେ ପୁରୀରୁ ଶୁଭାରମ୍ଭ କରିଛନ୍ତି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ। ଏଥି ସହିତ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଅନୁଗୋଳ ସୁକିନ୍ଦା ନୂତନ ବ୍ରଡ୍ ଗେଜ ରେଳ ଲାଇନ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନ୍ଫରେନ୍ସି ରେ ପ୍ରଧାନମନ୍ତ୍ରୀ ଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ବିନୀ ବୈଷ୍ଣବ ମଧ୍ୟ ପୁରୀରେ ରହି ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭୁବନେଶ୍ୱର ରେ ରହି ଭିଡିଓ କଂପରେନ୍ସି ମାଧ୍ୟମରେ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହ ସ୍ବାଗତ କରିଛନ୍ତି।ଅନୁଗୋଳ ସୁକିନ୍ଦା ରେଳ ଲାଇନ ଓଡ଼ିଶାର ଦ୍ରୁତ ଶିଳ୍ପାୟନ ରେ ସହାୟକ ହେବ ବୋଲି ଆଶାରଖିଛନ୍ତି ଓଡିଶା ବାସି। ପ୍ରଧାନମନ୍ତ୍ରୀ ଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ କୁ ସବୁ ମହଲରେ ପ୍ରଶଂସା କରାଯାଉଛି।
