ଅନୁଗୋଳ ଜିଲ୍ଲା ଖଣିଜ ପାଣ୍ଠିରୁ ଜିଲ୍ଲାର ସମସ୍ତ ଆଦର୍ଶ ବିଦ୍ୟାଳୟ କୁ ମାଗଣାରେ ବସ୍ ସେବା ଯୋଗାଇ ଦେବାକୁ ଦାବି ରଖିଛି ଆଦର୍ଶ ବିଦ୍ୟାଳୟ ଅଭିଭାବକ ସଙ୍ଘ। ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବା ମୁଖ୍ୟମନ୍ତ୍ରୀ ଙ୍କ ଏକ ସ୍ଵପ୍ନର ପ୍ରକଳ୍ପ ଭାବେ ପରିଚିତ। ଆଦର୍ଶ ବିଦ୍ୟାଳୟ ଗୁଡିକୁ ସରକାର ଅନ୍ୟାନ୍ୟ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଥିବା ବେଳେ ମାଗଣା ବସ୍ ସେବା ଯୋଗାଇ ଦେବା ଦାବି ହେଉଛି। ତେଣୁ ଅନୁଗୋଳ ଜିଲ୍ଲା ଖଣିଜ ପାଣ୍ଠିକୁ ସୁବିନିଯୋଗ କରି ବସ୍ ସେବା ଯୋଗାଇ ଦେଲେ ଗ୍ରାମାଞ୍ଚଳ ର ମେଧାବୀ ପିଲା ବିଶେଷ ଉପକୃତ ହୋଇ ପାରିବେ ବୋଲି ଆଶା ରଖି, ଏକ ଦାବିପତ୍ର ଅନୁଗୋଳ ଜିଲ୍ଲାପାଳ ଙ୍କୁ ଦେଇଛନ୍ତି ଅନୁଗୋଳ ଜିଲ୍ଲା ଆଦର୍ଶ ବିଦ୍ୟାଳୟ ଅଭିଭାବକ ସଙ୍ଘ।
