ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସାମିଲ ହେଲେ ୩ ନୂଆଁ ମନ୍ତ୍ରୀ। ଆଜି ଓଡିଶା ଲୋକସେବା ଭବନରେ ୩ ନୂଆଁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,ଶାରଦା ନାୟକ ଏବଂ ସୁଦାମ ମାରାଣ୍ଡି ଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷି ଲାଲ। ଅର୍ଥମନ୍ତ୍ରୀ ଭାବେ ବିକ୍ରମ କେଶରୀ ଆରୁଖ, ଶ୍ରମ ମନ୍ତ୍ରୀ ଭାବେ ଶାରଦା ନାୟକ ଏବଂ ସୁଦାମ ମାରାଣ୍ଡି ଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି। ଦାୟିତ୍ବ ନେଲାପରେ ତିନି ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବାସହ ମିଳିଥିବା ଦାୟିତ୍ବକୁ ସୁଚାରୁ ରୁପେ ତୁଲାଇବେ ବୋଲି କହିଛନ୍ତି। ଅପର ପକ୍ଷରେ ଲୋକଙ୍କ କଲ୍ୟାଣ ତଥା ନୂଆଁ ଓଡିଶା ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରୁଛି ବୋଲି ଟୁଇଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
