ଅନୁଗୋଳ :- ଅନୁଗୋଳ ସ୍ଥାନୀୟ ଆତ୍ମା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା
ସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷର ବାର୍ତ୍ତା “ସୁସ୍ଥ ସହର ପାଇଁ ସୁସ୍ଥ ମୃତ୍ତିକା” । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ ମୁଖ୍ୟ ଅତିଥି ଭାବେ
ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ମାନ୍ୟବର ଅନୁଗୋଳ ବିଧାୟକଙ୍କ ପ୍ରତିନିଧି
ଶ୍ରୀ ପ୍ରଭାତ କୁମାର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧୂ ଶ୍ରୀ ଚୌଧୁରୀ ପ୍ରଧାନ, ମୁଖ୍ୟ
ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଉମା ଶଙ୍କର ମିଶ୍ର, ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ, କୃଷି ବିଜ୍ଞାନ କେନ୍ଦ୍ର
ଡଃ.ଦେବାଶିଷ ମିଶ୍ର, ଉପ- ନିର୍ଦେଶକ ଉଦ୍ୟାନ ଶ୍ରୀ ଅମର ଲୁଗୁନ୍ ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ଶ୍ରୀ ଜୟ ଶଙ୍କର ପ୍ରଧାନ, କୃଷି ଜିଲ୍ଲା ଅଧିକାରୀ ଶ୍ରୀ ବିନୋଦ କୁମାର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।
ମୃତ୍ତିକାର ସୁପରିଚାଳନା, ଜୈବିକ ଚାଷର ଉପଯୋଗିତା, ପାରମ୍ପାରିକ ପଦ୍ଧତିରେ କୃଷିର ବିକାଶ ତଥା ସବୁଜ ସାରର ପ୍ରୟୋଗ, ଗୋପାଳନ, ଜୈବିକ ଚାଷରେ ଭୂମିକା,
ସନ୍ତୁଳିତ ସାରର ବ୍ୟବହାର ବିଷୟରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା ।
ଶେଷରେ ୫ ଜଣ ଚାଷୀଙ୍କୁ ମୃର୍ତ୍ତିକା ସ୍ବାସ୍ଥ୍ୟ କାର୍ଡ ବିତରଣ କରାଯାଇଥିଲା ।
ଏତଦ୍ବ୍ୟତୀତ ଅନୁଗୋଳ ଜିଲ୍ଲାର ବିଭିନ୍ନ ବ୍ଳକରୁ ୫୦ ଜଣ ଚାଷୀ, କୃଷି ବିଶ୍ବ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସମେତ କୃଷି ଅଧିକାରୀମାନେ ଯୋଗ ଦେଇଥିଲେ ।
