ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ରାଇରଙ୍ଗପୁର କଲେଜ ପରିସରରେ ସୁଦୂର ରାଷ୍ଟ୍ରୀୟ ନୟଡାର ଜାତୀୟ ଅନୁଷ୍ଠାନ ଶିଳ୍ପ ଏବଂ କ୍ଷୁଦ୍ର ବ୍ଯବସାୟ ଯୋଜନା (ନସବଡ) ର ଯୁବ ସଂଯୋଜକ ଆଲକା-ବିନିତା-ଲାକ୍ରା-ଙ୍କ ମିଳିତ ଆନୁକୂଲ୍ଯରେ ପିଏମ ସୂର୍ଯ୍ଯଘର ମାଗଣା ବିଜୁଳି ଯୋଜନା ଆୟୋଜନ ହୋଇଯାଇଅଛି l ଏଥିରେ ଶିକ୍ଷିତ ବେକାର ଯୁବକଯୁବତୀ ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ଯ ରଖିଛି l ଏଥିରେ ଯୁବକଯୁବତୀ ମାନଙ୍କୁ ୯ ଦିନିଆ ତାଲିମ ନେଇଛନ୍ତି l ଏଥିପାଇଁ ସେମାନଙ୍କୁ କୌଣସି ତାଲିମ ଖର୍ଚ୍ଚ ଦେବାକୁ ପଡିନଥାଏ। ଉକ୍ତ କାର୍ଯ୍ଯକ୍ରମରେ ପାଖାପାଖି ୯୦ ଜଣ ପିଲା ତାଲିମ ନେଇ ସାରିଲେଣି l ସେଥିମଧ୍ଯରୁ ୬୦ ଜଣ କମ୍ପାନୀ ତରଫରୁ ପ୍ରମାଣପତ୍ର ପାଇସାରିଛନ୍ତି l ଆଗାମୀ ଦିନରେ ସେମାନେ ପିଏମ ସୂର୍ଯ୍ଯଘର ମାଗଣା ବିଜୁଳି ଯୋଜନାରେ ରୋଜଗାରକ୍ଷମ ହୋଇପାରିବେ l ଏ ନେଇ ଆଜି ଲିଙ୍କରୋଡ ଫିଉଚର ଓଡିଶା ପବ୍ଲିକ ସ୍କୁଲରେ ଏକ ତାଲିମର ଆୟୋଜନ କରାଯାଇଥିଲା , ତତସହିତ ତାଲିମ ନେଇଥିବା ଯୁବକଯୁବତୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l ଏଠାରେ ତାଲିମ ନେଇଥିବା ଯୁବକଯୁବତୀମାନେ ସେମାନଙ୍କର ଅନୁଭୂତି ଓ କମ୍ପାନୀ ର ଯୋଜନା ସଂପର୍କରେ ସଂକ୍ଷିପ୍ତ ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ଯକ୍ରମରେ କମ୍ପାନୀର ପରିଚାଳକ ନିର୍ଦ୍ଦେଶକ ହରପ୍ରସାଦ ସର୍ଦ୍ଦାର, ନମିଲା ସର୍ଦ୍ଦାର, ସର୍ବେଶ୍ବରୀ ସର୍ଦ୍ଦାର, ପରିତାଳକ ସଂଜୟ ନାଏକ ଓ ଅଫିସ ସହଯୋଗୀ ତପନ ମଣ୍ଡଳ ପ୍ରମୁଖ ଯୋଗ ପ୍ରମାଣପତ୍ର ପ୍ରଦାନ କରିଥିଲେ l
