ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ଦେଓ୍ବାନୀ ଓ ଫୌଜଦାରୀ ଅଦାଲତ ପରିସରରେ ତାଲୁକ ଆଇନ ସେବା କମିଟୀ ଆନୁକୂଲ୍ଯରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଏଡିଜେ କୋର୍ଟରେ ଏମଏସିଟି ମାମଲା ୮ ଟି ମଧ୍ଯରୁ ଶୂନ୍ଯ, କାର୍ଯ୍ଯାନୁଷ୍ଠାନ \ଡିଗ୍ରୀଜାରି ମାମଲା ୧ଟି, ସିନିୟର ସିଭିଲ ଜଜ୍ କୋର୍ଟରେ ବ୍ଯାଙ୍କ ପରିଶୋଧ ମାମଲା ୮ ଟି ମଧ୍ଯରୁ ଶୂନ୍ଯ, ବୈବାହିକ ବିବାଦ ମାମଲା ୯ ଟି ମଧ୍ଯରୁ ୩ଟି, ଅନ୍ଯ ସିଭିଲ ମାମଲା ୧୭ଟି ମଧ୍ଯରୁ ୧ଟି, ଏସଡିଜେ କୋର୍ଟ ରେ ବୈବାହିକ ବିବାଦ ୨ଟି, ଅନ୍ଯାନ୍ଯ ସମାଧାନଯୋଗ୍ଯ ବିବାଦ ମାମଲା ୨୮ଟି ଏବଂ ଜେଏମଏଫସି କୋର୍ଟରେ ତେକ ବାଉସ୍ସ ମାମଲା ଅବା ଏନଆଇ ଆଇନ ୩ଟି ମଧ୍ଯରୁ ଶୂନ୍ଯ ଓ ବୈବାହିକ ବିବାଦ ୫ ଟି ମଧ୍ଯରୁ ୧ଟି ଅର୍ଥାତ୍ ୮୧ ଟି ମଧ୍ଯରୁ ୩୬ଟି ର ଆଶୁ ସମାଧାନ କରାଯାଇଥିଲା l ଉକ୍ତ ଲୋକ ଅଦାଲତ କାର୍ଯ୍ଯକ୍ରମରେ ଏଡିଜେ ଡକ୍ଟର ଭି ସୁଜାତା, ସିନିୟର ସିଭିଲ ଜଜ୍ ଆଲୋକ ପଣ୍ଡା, ଏସିଜେଏମ ମନୀନ୍ଦ୍ର ଭୂଷଣ ସାହୁ ଓ ଜେଏମଏଫସି ଚେତନା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲା ବେଳେ ସମସ୍ତ ଆଇନଜିବୀ ସହଯୋଗ କରିଥିଲେ l ଏହି ଲୋକ ଅଦାଲତରେ ବାମନଘାଟୀ ଉପଖଣ୍ଡର ୭ଟି ବ୍ଲକ ତଥା ରାଇରଙ୍ଗପୁର ମ୍ଯୁନିସିପାଲିଟିରୁ ସେମାନଙ୍କର ବ୍ଯାଙ୍କ ପରିଶୋଧ ମାମଲା, ବୈବାହିକ ବିବାଦ, ଚେକ ବାଉସ୍ସ , କାର୍ଯ୍ଯାନୁଷ୍ଠାନ ମାମଲା ତଥା ଅନ୍ଯାନ୍ଯ ମାମଲା ନେଇ ବହୁ ଲୋକ ଯୋଗ ଦେଇଥିଲେ l
ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ
